ବଢ଼ୁଛି ସାଉଥ ସୁପରଷ୍ଟାର ପ୍ରଭାସଙ୍କ କ୍ରେଜ୍। ୫,୦୦୦ସ୍କ୍ରିନରେ ରିଲିଜ୍ ହେବ ସାଲାର। ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଆଗାମୀ ଫିଲ୍ମ ‘ସଲାର: ପାର୍ଟ ୧ ସିଜଫାୟାର’ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ନିକଟରେ ଫିଲ୍ମର ଟିଜର ଲଞ୍ଚ ପରଠାରୁ ଏହି ଚଳଚ୍ଚିତ୍ରକୁ ନେଇ ଦର୍ଶକ ଏବଂ ପ୍ରଶଂସକଙ୍କ ଉତ୍ସାହ ବହୁଗୁଣିତ ହୋଇଛି। ଏଭଳି ପରିସ୍ଥିତିରେ ଏବେ ଫିଲ୍ମର ରିଲିଜ୍ ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ତେବେ ରିଲିଜ୍ ପୂର୍ବରୁ ଫିଲ୍ମଟି ଏକ ନୂଆ ରେକର୍ଡ ସୃଷ୍ଟି କରିଥିବା ସାମ୍ନାକୁ ଆସିଛି।