ଭିନେଶ ଓ ବଜରଙ୍ଗଙ୍କୁ ସିଧାସଳଖ ଏସିଆଡ୍ ଟିକେଟ୍
ନୂଆଦିଲ୍ଲୀ: ବଜରଙ୍ଗ ପୁନିଆ ଓ ଭିନେଶ ଫୋଗତଙ୍କୁ ଏସୀୟ କ୍ରୀଡ଼ା ପାଇଁ ସିଧାସଳଖ ଟିକେଟ୍ ମିଳିଛି। ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ଆଡ୍ ହକ୍ ପ୍ୟାନେଲ୍ ଏହି ଅନୁମତି ଦେଇଛି। ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ) ଆଡ୍ ହକ୍ ପ୍ୟାନେଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ ବଜରଙ୍ଗଙ୍କୁ ୬୫ କେଜି ଫ୍ରିଷ୍ଟାଇଲ୍ ଏବଂ ଭିନେଶଙ୍କୁ ୫୩ କେଜିରେ ଲଢିବା ପାଇଁ ଅନୁମତି ଦିଆଯାଇଛି। ଏହାବ୍ୟତୀତ ଅନ୍ୟ ୬ ଓଜନବର୍ଗରେ ଟ୍ରାଏଲ୍ସ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଡବ୍ଲୁଏଫ୍ଆଇ ପୂର୍ବତନ ସଭାପତିଙ୍କ ବିରୋଧରେ ଆନ୍ଦୋଳନ ଚଳାଇଥିବାରୁ ଏହି ଦୁଇ କୁସ୍ତିଯୋଦ୍ଧା କୌଣସି ଆନ୍ତର୍ଜାତିକ ଇଭେଣ୍ଟରେ ଅଂଶଗ୍ରହଣ କରିପାରିନଥିଲେ।