ଚନ୍ଦ୍ରାୟନ-୩ ଉତକ୍ଷେପଣ: ଚନ୍ଦ୍ରକୁ ଯାଉଛି ଚନ୍ଦ୍ରାୟନ
ଚନ୍ଦ୍ରକୁ ଯାଉଛି ଚନ୍ଦ୍ରାୟନ । ଚନ୍ଦ୍ରାୟନ -3 ଉତକ୍ଷେପଣ ହୋଇଛି । ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଠିକ୍ ସମୟରେ ଉତକ୍ଷେପଣ ହୋଇଛି । ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ ହୋଇଛି ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ସହ ବିଶ୍ବର ନଜର ଏହା ଉପରେ ରହିଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ଏହି ଉତ୍କ୍ଷେପଣ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କରିଛି। ତିନି ବର୍ଷ ପରେ ପୁଣି ଥରେ ଚନ୍ଦ୍ରକୁ ଯାତ୍ରା କରୁଛି ଚନ୍ଦ୍ରାୟନ-3 ।

ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀହରିକୋଟା । ଦିନ ୨ଟା ୩୫ରେ ସତୀଶ ଧାଓ୍ବନ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରଯାନ-୩ । ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୪ରେ ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ପୂର୍ବାପେକ୍ଷା ଅଧିକ ଇନ୍ଧନ, ବିଫଳ ନହେବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ସହ ବିଶାଳ ଲ୍ୟାଣ୍ଡିଂ ସାଇଟ ପ୍ରସ୍ତୁତ କରିଛି ଭାରତୀୟ ମହାକାଶ ଅନୁସନ୍ଧାନକାରୀ ସଂସ୍ଥା । ଚନ୍ଦ୍ର ପୃଷ୍ଠରେ ରୋଭର ପ୍ରଦିକ୍ଷଣ କରିବା ସହ ବିଭିନ୍ନ ବୈଜ୍ଞାନିକ ଗବେଷଣା କରିବ ।
#WATCH | Indian Space Research Organisation (ISRO) launches #Chandrayaan-3 Moon mission from Satish Dhawan Space Centre in Sriharikota.
Chandrayaan-3 is equipped with a lander, a rover and a propulsion module. pic.twitter.com/KwqzTLglnK
— ANI (@ANI) July 14, 2023

ଇସ୍ରୋ ଦ୍ବାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍ ଏଲ୍ଭିଏମ୍-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍ ଯାହା ଦୁଇଟି କଠିନ-ଇନ୍ଧନ ବୁଷ୍ଟର ଏବଂ ଏକ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ସହିତ ସଜ୍ଜିତ। କଠିନ-ଇନ୍ଧନ ବୁଷ୍ଟରଗୁଡ଼ିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରୁଥିବାବେଳେ ତରଳ-ଇନ୍ଧନ କୋର୍ ଷ୍ଟେଜ୍ ରକେଟକୁ କକ୍ଷପଥରେ ପ୍ରବେଶ କରାଇବା ପାଇଁ ସ୍ଥାୟୀ ଶକ୍ତି ପ୍ରଦାନ କରିବ। ଏହି ମିସନରେ ଏକ ୨ ମିଟର ଉଚ୍ଚ ଲ୍ୟାଣ୍ଡର ରହିଛି, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରି ସେଠାରେ ଏକ ରୋଭରକୁ ନିୟୋଜିତ କରିବ। ରୋଭର ପ୍ରାୟ ଦୁଇ ସପ୍ତାହ ଧରି ଚାଲିବ ଏବଂ ଅନେକ ପରୀକ୍ଷାନିରୀକ୍ଷା କରିବ ।
Chandrayaan-3, India’s third lunar exploration mission takes off from Sriharikota,Andhra Pradesh.
🚀LVM3 Launch Vehicle Mk III takes the Chandrayaan-3 spacecraft to Geo Transfer Orbit (GTO).
🌝#Chandrayaan3 consists of an indigenous propulsion module, lander module, and a rover… pic.twitter.com/pbhxmZO0Eq
— All India Radio News (@airnewsalerts) July 14, 2023