ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ । ୩ ପ୍ରମୁଖ ରାଜନୈତିକ ଦଳ ଏହି ଉପନିର୍ବାଚନ ଜିତିବାକୁ ମାରାଥନ ଉଦ୍ୟମ କରୁଛନ୍ତି । ମଇଦାନକୁ ଓହ୍ଲାଇ ପ୍ରାର୍ଥୀମାନେ ଜୋରଦାର ପ୍ରଚାର କରୁଛନ୍ତି । ତେବେ ନୂଆପଡା ନିର୍ବାଚନରେ ଏଥର ଚାଷୀ, ମହିଳା, ଆଦିବାସୀ ଭୋଟକୁ ନେଇ ରଣନୀତି ଆରମ୍ଭ ହୋଇଛି । ଯେଉଁ ପ୍ରାର୍ଥୀଙ୍କୁ ଏହି ଭୋଟରଙ୍କ ଭୋଟ ଅଧିକ ମିଳିବ ସେହି ପ୍ରାର୍ଥୀଙ୍କ ବିଜୟ ହେବ । ନୂଆପଡ଼ା ଉପନିର୍ବାଚନ ବାଜି ଜିତିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି, କଂଗ୍ରେସ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ନୂଆପଡାରେ ଏଥର ବି ଚାଷୀ ନେବେ ବଡ଼ ନିଷ୍ପତ୍ତି । ମହିଳା ଗୋଷ୍ଠୀଙ୍କ ଭୋଟ କାହାକୁ ଯିବ ତାହା ବି ଆଗରୁ କହିବା ମୁସ୍କିଲ୍ । ଆଦିବାସୀ ଭୋଟ ଉପରେ ରହିଛି ସବୁ ଦଳର ନଜର । ଆଦିବାସୀମାନେ ଏଥର କାହା ଉପରେ ଭରସା କହିବେ ତାହା ଭୋଟ ଗଣତି ପରେ ଜଣାପଡ଼ିବ । ବିଜେପି ସୁଭଦ୍ରା,ଧାନ ଏମଏସପିକୁ ନେଇ ଚାଷୀଙ୍କ ମନ ଜିଣିବାକୁ ମୂଳ ଅସ୍ତ୍ର କରିଥିବା ବେଳେ, ସାର ଅଭାବ, ଧାନର କଟନି ଛଟନିକୁ ପ୍ରସଙ୍ଗ କରିବେ ବିରୋଧୀ । ଯାହାକୁ ନେଇ ନୂଆପଡ଼ାରେ ସରଗରମ ହୋଇଛି ଚାଷୀ ରାଜନୀତି ।
ନୂଆପଡ଼ାରେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳ ପକ୍ଷରୁ ଡଜନେ ମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାର କରୁଛନ୍ତି । ଜୟ ଢ଼ୋଲକିଆଙ୍କୁ ଜିତାଇବା ପାଇଁ ମନମୋହନ ସାମଲ ଗାଁ ଗାଁ ବୁଲୁଛନ୍ତି । ନୂଆପଡ଼ା ବିଜେପି ନେତାମାନେ ଡେରା ପକାଇଛନ୍ତି । ବିଜେପି ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଦିନ ରାତି ଏକ କରି ପ୍ରଚାର କରୁଛନ୍ତି । ମୋଦି ସରକାରଙ୍କ ଯୋଜନାର ଲାଭ ଏବଂ ମୋହନ ସରକାରଙ୍କ ଯୋଜନାର ଲାଭ କଥା କହି ଭୋଟ ମାଗୁଛନ୍ତି ।
ନୂଆପଡାରେ ପହଞ୍ଚିବା ପରେ ପ୍ରଭାତୀ କହିଛନ୍ତି, ଆଜି ସୁଭଦ୍ରା ସମାବେଶ ଜରିଆରେ ସୁଭଦ୍ରା ଭଉଣୀଙ୍କୁ ଆହ୍ଵାନ ଦେବାକୁ ଆସିଛି । ନୂଆପଡ଼ା ଜିଲ୍ଲାରେ ଲକ୍ଷାଧିକ ମହିଳାଙ୍କ ବିକାଶ କରି ସାରିଛୁ । ନୂଆପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆଗରୁ କହି ସାରିଛନ୍ତି । ଯାହା ମୁଖ୍ୟମନ୍ତ୍ରୀ ଘୋଷଣା କରି ସାରିଛନ୍ତି ତାହା ନିଶ୍ଚିତ ହେବ । ଜୟ ଢୋଲକିଆଙ୍କ ପାଇଁ ଭୋଟ୍ ମାଗିବି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।
ବିଜେଡି ସରକାରଙ୍କ ପାଞ୍ଚଶହ ଦିନର କାର୍ଯ୍ୟକୁ ନେଇ ଲୋକଙ୍କ ଅସନ୍ତୋଷ କଥା କହୁଛି । ଇନପୁଟ ସବସିଡି ଚାଷୀଙ୍କୁ ଦେଲେ, ତାହା ବି ପାନ୍ତରଅନ୍ତର ନୀତିରେ ବୋଲି ଅଭିଯୋଗ କରୁଛି । ସବୁ ଚାଷୀଙ୍କୁ କହି ଲୋକ ଦେଖାଣିଆ ଭାବେ ଇନପୁଟ ସବସିଡି ଦେଲେ । କିନ୍ତୁ ସବସିଡି ପାଇଲେ ନାହିଁ ଭାଗଚାଷୀ ଓ ଛୋଟ ଚାଷୀ । ଧାନ କିଣାରେ କଟନି ଛଟନି ହେବ ନାହିଁ ବୋଲି ଘୋଷଣା କରି ୫ରୁ ୧୦ କେଜି ଯାଏଁ କାଟିଲେ । ସାର ଅଭାବ କଥା ନକହିଲେ ଭଲ । ବିଜେପି ସମୟରେ ଚାଷୀ ସମସ୍ୟା ଦ୍ବିଗୁଣିତ ହୋଇଛି । ନୂଆପଡା ଚାଷୀ ଏକଥା ବୁଝି ଉଚିତ ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ କଳିକେଶ ସିଂହଦେଓ । ୧୬ ମାସର ବିଜେପି ସରକାରରେ ଶେଷ ସୀମାରେ ପହଞ୍ଚିଛି ଭ୍ରଷ୍ଟ୍ରାଚାର । କେବଳ ସେତିକି ନୁହେଁ, ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା । ତେଉ ଉପନିର୍ବାଚନ ଜନତା ଦୃଢ଼ ଜବାବ ଦେବେ ବୋଲି କହିଛି ବିଜେଡି ।
କଂଗ୍ରେସ କହିବା କଥା ନୂଆପଡ଼ାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ହେବ ଲଢ଼େଇ । ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକିଛି । ୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା, ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା କୁଆଡେ ଗଲା ବୋଲି ପ୍ରଶ୍ନ କଲେଣି ନୂଆପଡାବାସୀ । ବିଜେପି ଶାସନରେ ଥାଇ ମଧ୍ୟ ପ୍ରାର୍ଥୀ ପାଇଲେନି । ଓଲଟି ବିଜେଡି ପ୍ରାର୍ଥୀଙ୍କୁ ଚୋରି କରି ପ୍ରାର୍ଥୀ କଲେ । ଯାହାକୁ ନେଇ ନିଜ ଦଳରେ ଦେଖାଦେଲାଣି ଅସନ୍ତୋଷ । ସେପଟେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, ବିଜେପିର ନିର୍ବାଚନୀ ପ୍ରତିଶୃତି ପାଲଟିଛି ପାଣିର ଗାର । ଜବାବ ଦେବାକୁ ଯାଇ ବିଜେପି କହିଛି, ଚାଷୀଙ୍କୁ ୮୦୦ ଟଙ୍କା ବୋନସ ସହ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ସାମିଲ କରାଯାଇଛି । ନୂଆପଡ଼ାବାସୀଙ୍କ ଦାବିକୁ ସରକାର ପୂରଣ କରିଛନ୍ତି । ୧୪ ତାରିଖ ଗଣତିରେ ହେବ ସ୍ପଷ୍ଟ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post