ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି : ଲେନିନ ମହାନ୍ତି
ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାରକୁ ସହିପାରୁନି ବିଜେପି
ଭୁବନେଶ୍ୱର: ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବିଜେପି ହେଉଛି ଓଡ଼ିଶା ବିରୋଧୀ । ଓଡ଼ିଶାର ସ୍ବାର୍ଥ ପାଇଁ ବିଜେପି ନେତା କିଛି କରୁନାହାଁନ୍ତି । ଗ୍ରାମାଞ୍ଚଳର ଓ ଜଗନ୍ନାଥ ସଂସ୍କୃତିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଉଥିବା ବେଳେ ବିଜେପି କେବେ ବି ଓଡ଼ିଶା ପାଇଁ ଚିନ୍ତା କରିନାହିଁ । ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାରକୁ ସହି ନପାରିବା ହୀନ ମାନସିକତା । ଓଡ଼ିଶା ବିଜେପି ନେତା ସବୁ ବେଳେ ଓଡ଼ିଶା ବିରୋଧୀ କାମ କରୁଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି। ସମୀର ମହାନ୍ତି ସ୍ମାର୍ଟଫୋନ ଭଲ ଭାବେ ଧରି ଶିଖିନାହାନ୍ତି । ଏଭଳି ସ୍ଥିତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ସମୀର ମହାନ୍ତି କହିବା ହାସ୍ୟାସ୍ପଦ । ସବୁବେଳେ ଅନ୍ୟର ପ୍ରରୋଚନାରେ ସମୀର ମହାନ୍ତି ବିଚିତ୍ର ମନ୍ତବ୍ୟ ଦେଉଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।