ଦ୍ବିତୀୟ ଦିନରେ ଅନୁଗୁଳରେ 5T ସଚିବ ଭିକେ ପାଣ୍ଡିଆନ୍
ଅନୁଗୁଳ: ଦ୍ବିତୀୟ ଦିନରେ ଅନୁଗୁଳରେ ପହଞ୍ଚି ବିକାଶ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳର ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି 5T ସଚିବ । ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ଦର୍ଶନ କରିଛନ୍ତି । ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଛନ୍ତି 5T ସଚିବ । ଏହାସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ମଧ୍ୟ ସମୀକ୍ଷା କରିଛନ୍ତି । ଯାତ୍ରୀ ନିବାସ ଓ ଭିତ୍ତିଭୂମିର ବିକାଶ ପାଇଁ ମନ୍ଦିର କମିଟି ପକ୍ଷରୁ ଦାବି କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ଏହି ଅବସରରେ ଲୋକଙ୍କ ଠାରୁ ବିଭିନ୍ନ ଦାବିପତ୍ର ଗ୍ରହଣ କରିଥିଲେ 5T ସଚିବ ।ଏହାପରେ ଅନୁଗୁଳ ଖଲାରି ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । 5T ସ୍କୁଲ ରୂପାନ୍ତରଣର ସମୀକ୍ଷା କରିବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ ।