ବାହା ହେଲେ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ

ବାହା ହେଲେ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ

ମେଟ୍ରୋ ଟିଭି ଓଡିଶା,୨୬/୧ : ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟା ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି ।

ସୂଚନା ଅନୁଯାୟୀ, ବରଯାତ୍ରୀଙ୍କ ସହ ପ୍ରଜ୍ଞା ବର ବେଶରେ ରାଜକନିକା ରାଜବାଟୀ ସମ୍ମୁଖ ମେଲଣ ପଡ଼ିଆରେ ପହଞ୍ଚିଥିଲେ । ବାଣ ରୋସଣି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏକଜୁଟ୍ ହୋଇ ଯାଇଥିଲେ । ପ୍ରଜ୍ଞାଙ୍କୁ ବର ବେଶରେ ଦେଖିବା ଜନଗହଳି ବଢ଼ିଥିଲା । ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା ଆଥ୍ଲେଟିକ୍ ଆସୋସିଏସନ୍ ଆଡ଼କୁ ମୁହାଁଇଥିଲେ । ଅଧିକ ଭିଡ଼ ହେବା ଆଗରୁ ଟେଣ୍ଟ୍କୁ ଭିତରପଟୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇ ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ ସପନ୍ନ କରାଯାଇଥିଲା । ଅଭିନେତାଙ୍କ ବିବାହ ଖବର ପ୍ରଚାର ପରେ ଲୋକଙ୍କ ଭିଡ଼ ବଢ଼ିଥିଲା, ଯାହାକୁ ଦେଖି କୋଭିଡ୍ କଟକଣା ମାନି ସହଯୋଗ କରିବାକୁ ପ୍ରଜ୍ଞାନଙ୍କ ବଡ଼ଭାଇ ପ୍ରଣିପାତ ଖଟୁଆ ସମସ୍ତଙ୍କୁ ନିବେଦନ କରିଥିଲେ । କିଛି ଦିନ ତଳେ ପ୍ରଜ୍ଞା ଓ ସୁନନ୍ଦାଙ୍କ ବିବାହ ସ୍ଥିର ହୋଇଥିଲା । ହଠାତ୍ ଆଜି ରାଜକନିକାରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।