ଅପରାଧ ନିୟନ୍ତ୍ରଣ ପାଇଁ ଡ୍ରାେନର ସହାୟତା ନେବ ପୋଲିସ
ଭୁବନେଶ୍ବର: ଦିନକୁ ଦିନ ସହରରେ ଅପରାଧର ମାତ୍ରା ବଢ଼ୁଛି । ଭୁବନେଶ୍ବର , କଟକରେ ଜନସଂଖ୍ୟା ବଢ଼ୁଥିବା ବେଳେ ଚୋରି, ଲୁଟ, ଡକାୟତି, ଅପହରଣ, ହତ୍ୟା ଘଟଣା ମଧ୍ୟ ବୃଦ୍ଧିପାଉଛି ଏପରିକି ଅନେକ କାର୍ଯ୍ୟକ୍ରମ ବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏହାର ସମାଧାନ ପାଇଁ ଡ୍ରୋନ ପାଟ୍ରୋଲିଙ୍ଗ ଉପରେ ଗୁରୁତ୍ବ ଦେଉଛି କମିଶନରେଟ ପୁଲିସ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ସେ କହିଛନ୍ତି ଡ୍ରୋନର ହାଇ ଡେଫିନେସନ କ୍ଲାରିଟି ରହିଛି । ଏହା ଦ୍ବାରା ଆମକୁ ଅନେକ କ୍ଷେତ୍ରରେ ନଜର ରଖିବା ସହଜ ହେବ । ବିଶେଷ କରି ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବାକୁ ସେ କହିଛନ୍ତି। ରାଜଧାନୀରେ ଭିଆଇପି ପ୍ରୋଗ୍ରାମ, ବିଧାନସଭା ସୁରକ୍ଷା, ଆଇନ କାନୁନ ରକ୍ଷାକରିବା କ୍ଷେତ୍ରରେ, ଆନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ ବେଳେ ଏହା ସହାୟକ ହେବ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ। ଡ୍ରୋନର ନାଇଟ ଭିଜନ ପ୍ରୁଫ ରହିଥିବାରୁ ରାତିବେଳେ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ। ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା।
