ଟିଏମସି ସହ ପଶ୍ଚିମବଂଗରେ ନଲଢ଼ିଲେ କଂଗ୍ରେସକୁ ଅନ୍ୟରାଜ୍ୟରେ ସମର୍ଥନ ଦିଆଯିବ: ମମତା

Mamata-Banerjee-9

କୋଲକାତା: କଂଗ୍ରେସକୁ ଟାର୍ଗେଟ କରୁଥିବା ମମତା ଏବେ ପ୍ରଶଂସା କରୁଛନ୍ତି । କାରଣ ହେଉଛି କର୍ଣ୍ଣାଟକ ନିର୍ବାଚନ ଫଳ ।  କଂଗ୍ରେସ ପ୍ରତି ବଦଳିଛି ମମତା ବାନାର୍ଜୀଙ୍କ ରଣନୀତି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବା ନେଇ ଦିଦି ଆଗୁଆ କହିଛନ୍ତି । ମମତା କହିଛନ୍ତି ଯେଉଁ ସବୁ ରାଜ୍ୟରେ କଂଗ୍ରେସ ପ୍ରମୁଖ ଦଳ ରହିଛି ସେହି ସବୁ ରାଜ୍ୟରେ କଂଗ୍ରେସକୁ ଟିଏମସି ସମର୍ଥନ କରିବାକୁ ପ୍ରସ୍ତୁତ । ତେବେ କଂଗ୍ରେସ ପଶ୍ଚିମବଂଗରେ  ବି ଟିଏମସି ସହ ନଲଢ଼ିବା ଉଚିତ । ମମତା  କହିଛନ୍ତି ଟିଏମସିର ଆକଳନ ଅନୁସାରେ ଦେଶରେ କଂଗ୍ରେସ ୨୦୦ ଆସନ ଲାଭ କରିବ ।  ଦେଶରେ ବିରୋଧୀ ଦଳ ମଧ୍ୟରେ ଏକତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।