National କଂଗ୍ରେସ ବିଜୟ ହେବ: ଡି.କେ ଶିବକୁମାର Last updated May 12, 2023 ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମର ବିଜୟ ହେବ । ଏହା କହିଛନ୍ତି କଂଗ୍ରେସ ନେତା ଡିକେ ଶିବକୁମାର । ଆସନ୍ତାକାଲି ଫଳାଫଳ ବାହାରିବ । ସମସ୍ତ ଦଳର ନେତାମାନେ ନିଜ ନିଜ ବିଜୟ ଦାବି କରୁଛନ୍ତି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଡି.କେ ଶିବକୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ କଂଗ୍ରେସ ଦଳ ବହୁମତରେ ବିଜୟୀ ହେବ। ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ପ୍ରାୟ ୧୫୦ଟି ଆସନ ଜିତିବାର ପୂର୍ବାନୁମାନ କରୁଛି। କଂଗ୍ରେସ ଜିତିଲେ ଡି.କେ ଶିବକୁମାରଙ୍କୁ ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖାଯାଉଛି। #india#metro tv#odisha Share