Odisha ଆସନ୍ତାକାଲି ଝାରସୁଗୁଡ଼ାରେ କିଏ ମାରିବ ବାଜି ! Last updated May 12, 2023 ଝାରସୁଗୁଡା: ଆସନ୍ତାକାଲି କିଏ ମାରିବ ବାଜି । କଂଗ୍ରେସ, ବିଜେପି, ବିଜେଡ଼ ନେତାମାନେ ଜିତିବେ ବୋଲି କହୁଛନ୍ତି । କିନ୍ତୁ କିଏ ଜିତିବ ତାହା ଭୋଟ ଗଣତି ପ୍ରକାଶ ପାଇବା ପରେ ଜଣାପଡିବ । ଝାରସୁଗୁଡା ଫଳାଫଳ ପାଇଁ ଏବେ ତିନି ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । ସେପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଫଳାଫଳ ଘୋଷଣା କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଙ୍ଗ କଲେଜରେ ମତଗଣନା ହେବ । ସକାଳ ୮ଟାରୁ ଆରମ୍ଭ ହେବ ଗଣନାକାର୍ଯ୍ୟ । ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ । ୪ଟା ଭିତରେ ଫଳାଫଳ ଆସିଯାଇପାରେ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ସରିବା ପରେ ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ । #metro tv#odisha Share