World ଇମ୍ରାନଙ୍କ ଗିରଫଦାରି ବେଆଇନ: ପାକ୍ ସୁପ୍ରିମକୋର୍ଟ On May 12, 2023 ଇସଲାମାବାଦ : ପାକିସ୍ତାନରେ ରାଜନୀତି ଘଡିକେ ଘୋଡା ଛୁଟୁଛି । ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ଆଶ୍ବସ୍ତି ମିଳିଛି। କୋର୍ଟ ପରିସରରୁ ଇମ୍ରାନ ଖାନଙ୍କ ଗିରଫଦାରିକୁ ବେଆଇନ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ ।ଇମ୍ରାନଙ୍କ ଗିରଫଦାରି ବେଆଇନ ବୋଲି ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ, ଜଷ୍ଟିସ ମହମ୍ମଦ ଅଲି ମଝର ଏବଂ ଜଷ୍ଟିସ ଅଥର ମିନାଲ୍ଲାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ସୁପ୍ରିମ୍କୋର୍ଟଙ୍କ ନିର୍ଦେଶ ପରେ ଇମ୍ରାନଙ୍କୁ ଖଲାସ କରିଛି ପୋଲିସ। ତେବେ ଇମ୍ରାନ ଆଜି ଇସ୍ଲାମାବାଦ ହାଇକୋର୍ଟରେ ହାଜର ହେବାକୁ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେ ବାସଭବନକୁ ଯିବେ ନାହିଁ ଏବଂ ପୁଲିସ ସୁରକ୍ଷାରେ ରହିବେ ବୋଲି ଜଣାପଡ଼ିଛି। #india#metro tv#odishaImran Khan's arrest Share