ମଣିପୁର ହିଂସାକୁ ନେଇ ଚାଲିଛି ରାଜନୀତି: ଫେରୁଛି ଶାନ୍ତି

ଇମ୍ଫାଲ: କିଛି ଦିନ ଧରି ମଣିପୁରରେ ସଂରକ୍ଷଣକୁ ନେଇ ହିଂସା ସୃଷ୍ଟି ହୋଇଛି । ତେବେ ସବୁଠୁ ବଡ଼ କଥା ହେଲା ଦିଲ୍ଲୀରେ ଏହାକୁ ନେଇ ରାଜନୈତିକ ଦଳମାନେ ପରସ୍ପରକୁ ଦୋଷ ଦେଉଛନ୍ତି । କଂଗ୍ରେସ ମଣିପୁରରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରୁଛି ।  ଆଦିବାସୀ ଏବଂ ମୈତାଈ ସମୁଦାୟ ସଂରକ୍ଷଣକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ।  ବିଜେପି ଏଠାରେ ଶାସନ କରୁଥିବା ବେଳେ ସଂରକ୍ଷଣ ରାଜନୀତିକୁ କିଛି ଦଳ ଭିତିରିଆ ସମର୍ଥନ କରି ହିଂସା ସୃଷ୍ଟି ପାଇଁ ଉସକାଉଛନ୍ତି । ରାଜ୍ୟରେ ଶାନ୍ତି ପାଇଁ କିଛି ଲୋକ ଚାହୁଁନାହାଁନ୍ତି । ମେ’ ୩ ତାରିଖରେ ଇମ୍ଫାଲ ଘାଟି ମୈତେଈ ଏବଂ ପହାଡୀ କୁକିଜ ସଂପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଏହାର ଉଦାହରଣ  ।

ସଂରକ୍ଷଣ ଦାବିକୁ ନେଇ ମଣିପୁର ହିଂସା ଉଗ୍ର ରୂପ ନେଇଥିଲା । ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ଏମ.ବି ମୁରଲୀଧରନ ନିକଟରେ ଏକ ଆଦେଶ ଦେଇଥିଲେ । ମୈତି ସମ୍ପ୍ରଦାୟଙ୍କୁ ଆଦିବାସୀ ମାନ୍ୟତା ଦାବି ଉପରେ ସରକାରଙ୍କୁ ବିଚାର କରିବାକୁ କହିଥିଲେ କୋର୍ଟ । କୋର୍ଟଙ୍କ ଏହି ଫଇସଲା ବିରୋଧରେ ଅଲଇଣ୍ଡିଆ ଷ୍ଟୁଡେଂଟ ୟୁନିୟନ ଅଫ ମଣିପୁର ମଙ୍ଗଳବାର ଆଦିବାସୀ ଏକତା ରାଲି ବାହାର କରିଥିଲା । ଏହି ସମୟରେ ଆଦିବାସୀ ଓ ମୈତି ସମ୍ପ୍ରଦାୟ ମଧ୍ୟରେମୁହାଁମୁହିଁ ଓ ପରେ ବଡ ସଂଘର୍ଷର ରୂପ ନେଇଥିଲା ।

 ମଣିପୁର ହିଂସାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ସରକାରଙ୍କ ଆକଳନ ଅନୁଯାୟୀ ଏହା ମୋଟ ୫୪ ହୋଇଥିବାବେଳେ ଏହା ବାସ୍ତବରେ ଅଧିକ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ଭୟରେ ଏକ ହଜାରରୁ ଉଦ୍ଧ୍ୱର୍ ଲୋକ ମଣିପୁର ଛାଡ଼ି ପଡ଼ୋଶୀ ଆସାମର ଚଚ୍ଚାର ଜିଲ୍ଲାକୁ ସ୍ଥାନାନ୍ତର ହୋଇଛନ୍ତି । ଧିରେ ଧିରେ ସ୍ୱାଭାବିକ ହେଉଛନ୍ତି ମଣିପୁରର ବିଭିନ୍ନ ଅଂଚଳ । ହିଂସା ଅଂଚଳକୁ ସ୍ୱାଭାବିକ କରୁଛି ସେନା । ଗତ କିଛି ଦିନ ହେବ ହିଂସାର ନିଆଁରେ ଜଳୁଥିବା ମଣିପୁର ଏବେ ଧିରେ ଧିରେ ସ୍ୱାଭାବିକ ଅବସ୍ଥାକୁ ଗତି କରୁଛି । ରାଜ୍ୟରେ ଆସାମ ରାଇଫଲସ୍ ନିୟୋଜିତ ହେବା ପରେ ପରିସ୍ଥିତି ସୁଧୁରିବାକୁ ଲାଗିଛି ।  ଲୋକମାନେ ଭୟ ଦୂର କରି ଦୋକାନ ବଜାରରୁ ଅତ୍ୟାବଶ୍ୟକ ଜିନିଷ କିଣିଛନ୍ତି । ସେହିପରି ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯାଇଛି ।