ବାତ୍ୟା ‘ମୋଚା’ ଆସୁଛି!
ଭୁବନେଶ୍ୱର: ଆସୁଛି ବାତ୍ୟା ‘ମୋଚା’ । ତେବେ ଏହାର ଗତିପଥ ଏବେ ଯାଏଁ ଜଣାପଡିନାହିଁ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ କୁହାଯାଉଛି । ମେ’ ୮ ତାରିଖ ସୁଦ୍ଧା ଝଡ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଓଡିଶାରେ ଏହାର ପ୍ରଭାବ କଣ ରହିବ ସେନେଇ କୁହାଯାଇପାରୁନାହିଁ । ତେବେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ କୁହାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ୪୦-୫୦ କି.ମି. ବେଗରେ ପବନ ବହିପାରେ । ତେବେ ଏହି ବେଗ ୮୦କି.ମି ପାର କରିପାରେ । ଏହାକୁ ନଜରରେ ରଖି ଓଡିଶା ସରକାର ୧୮ଟି ତଟୀୟ ଏବଂ ଆଖପାଖ ଜିଲ୍ଲାଗୁଡିକର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଏବଂ ପୁରୀ ଜିଲ୍ଲା ସମେତ ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ସହ ଝଡ ତୋଫାନ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।
A cyclonic circulation has formed and lay over southeast Bay of Bengal and neighbourhood extending upto middle tropospheric level at 0830 IST of today the 6th May, 2023.
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ pic.twitter.com/eS9aH7ero5
— Meteorological Centre, Bhubaneswar (@mcbbsr) May 6, 2023