National କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଲେ ଆତଙ୍କବାଦୀ: ୨ ଯବାନ ସହିଦ On May 5, 2023 କାଶ୍ମୀର: କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଛନ୍ତି ଆତଙ୍କବାଦୀ । ଏଥିରେ ୨ ଯବାନ ସହିଦ ହୋଇଛନ୍ତି । ରଜୌରୀ ନିକଟସ୍ଥ ଜଙ୍ଗଲରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ଅଚାନକ ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଥିଲେ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ଆତଙ୍କବାଦୀ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳକୁ ଅଧିକ ଫୋର୍ସ ପଠାଯାଇ ସର୍ଚ ଅପରେସନ ଜାରି ରହିଛି । #india#metro tv#odisha Share