ପ୍ରବଳ ବର୍ଷା: ସୂଚନା ଜାରି କଲା ଆଇଏମଡି
ଭୁବନେଶ୍ୱର: ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱର ସହ ପୁରୀ, ଖୋର୍ଦ୍ଧାକୁ ଏହି ସତର୍କ ସୂଚନା ଜାରି କରାଯାଇଛି । ୨ ଘଣ୍ଟା ଭିତରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହ ଘଡଘଡି ବିଜୁଳି ହୋଇପାରେ। ଏହି ସବୁ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ସତର୍କ କରାଯାଇଛି । ଗତକାଲି ଅପରାହ୍ନରେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହୋଇଥିଲା । ରାଜଧାନୀରେ ୭.୭ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।