ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲା ପାକିସ୍ତାନ ସେନା

ନୂଆଦିଲ୍ଲୀ: ପାକିସ୍ତାନରେ ଲୋକ ଖାଇବାକୁ ରୁଟି ପାଉନଥିବା ବେଳେ ପାକିସ୍ତାନ ସେନା କିନ୍ତୁ ଭାରତ ସହ ଲଢ଼େଇ ପାଇଁ ଧମକ ଦେଉଛି । ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେସନ ର ଡିଜି ମେଜର ଜେନରାଲ ଅହମ୍ମଦ ଶରିଫ ଚୌଧୁରୀ ଭାରତ ଭିତରେ ପଶି ମାରିବାକୁ ଭାରତକୁ ଧମକ ଦେଇଛନ୍ତି। ମେଜର ଜେନରାଲ ଶରିଫ କହିଛନ୍ତି, ‘ ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜେ ଆମେ ଭାରତରେ ପ୍ରବେଶ କରି ଆକ୍ରମଣ କରିବୁ। ଆମେ ଭାରତକୁ କଡ଼ା ଜବାବ ଦେବୁ।