National ଦ କେରଳ ଷ୍ଟୋରିକୁ ସେନ୍ସର ବୋର୍ଡ ଦେଲା ‘ଏ’ ସାର୍ଟିଫିକେଟ୍ Last updated May 3, 2023 ନୂଆଦିଲ୍ଲୀ: ରିଲିଜ ପୂର୍ବରୁ ‘ଦ କେରଳ ଷ୍ଟୋରି’କୁ ନେଇ ଜାରି ରହିଛି ଚର୍ଚା । ଟିଜର ରିଲିଜ ପରେ ବଢ଼ିବାରେ ଲାଗିଛି ବିବାଦ । ମେ ୫ ତାରିଖରେ ରିଲିଜ ହେବାକୁ ଯାଉଥିବା ବେଳେ ଅନେକ ରାଜନେତା ଏହା ଉପରେ ରୋକ ଲଗାଇବାକୁ ଦାବି କରୁଛନ୍ତି । ତେବେ ସେନସର ବୋର୍ଡ ଏହାକୁ ଦେଇଛି ‘ଏ’ ସାର୍ଟିଫିକେଟ୍। ବୋର୍ଡ ଏହି ଚଳଚ୍ଚିତ୍ରର ୧୦ଟି ଦୃଶ୍ୟ କାଟି ଦେଇଥିବା ଜଣାପଡ଼ିଛି। ରାଜ୍ୟର ୩୨,୦୦୦ ମହିଳାଙ୍କୁ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ରେ ନିଯୁକ୍ତି ଦିଆଯାଇଛି ଏବଂ ଧର୍ମାନ୍ତରିତ ଫାତିମା ତାଙ୍କ ଭିତରୁ ଜଣେ ବୋଲି ଚଳଚ୍ଚିତ୍ରରେ ଦର୍ଶାଯାଇଛି। ଲଭ୍ ଜିହାଦ ମାଧ୍ୟମରେ କେରଳରେ ହିନ୍ଦୁ ମହିଳାମାନଙ୍କୁ ଜବରଦସ୍ତ ଇସଲାମ ଧର୍ମକୁ ପରିବର୍ତ୍ତିତ କରି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ରେ ନିଯୁକ୍ତି ଦିଆଯାଉଥିବା ଦର୍ଶାଯାଇଛି। ଯାହାକୁ ନେଇ ଏବେ ଆଲୋଚନା ଚାଲିଛି । #india#metro tv#odisha Share