ସଭାପତି ପଦରୁ ଇସ୍ତଫା ଘୋଷଣା କଲେ ଶରଦ ପାୱାର

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’

ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍‌ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି।