Odisha ଝାରସୁଗୁଡାରେ ପହଞ୍ଚିଲେ ବିଜେପିର ୪ ଜଣିଆ ଟିମ On May 1, 2023 ଝାରସୁଗୁଡା: ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ ଝାରସୁଗୁଡାରେ ପହଂଚିଛନ୍ତି। ଏହି ଟିମ୍ ବିଜେପି ନେତା ବ୍ରିଜେଶ ଲାଲଙ୍କ ଅଧ୍ୟକ୍ଷତାରେ ଆସିଛି। ଏହି ଟିମର ଅନ୍ୟ ସଦସ୍ୟମାନେ ହେଲେ ଜ୍ୟୋତିର୍ମୟ ସିଂ ମାହାତୋ, ସମୀର ଓରାଓ ଓ ଆଦିତ୍ୟ ସାହୁ। ରାଜ୍ୟ ବିଜେପିର ଏକ ଟିମ ଝାରସୁଗୁଡା ବିମାନବନ୍ଦରରେ ଏହି ପ୍ରତିନିଧି ଦଳଙ୍କୁ ସ୍ୱାଗତ କରିଥିଲେ। ଏହି ଟିମ ସମ୍ବଲପୁରରେ ପହଞ୍ଚି ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହୋଇଥିବା ହିଂସା, ହତ୍ୟାକାଣ୍ଡର ସ୍ଥିତି ସମୀକ୍ଷା, ମୃତକଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି। ଏହା ସମ୍ପୂର୍ଣ ପ୍ରାୟୋଜିତ ଥିଲା ଓ ରାଜ୍ୟ ସରକାରଙ୍କ ବିଫଳତା ନେଇ ଯାଞ୍ଚ କରି ରିପୋର୍ଟ ଦେବୁ ବୋଲି କହିଛନ୍ତି ଟିମ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଶ୍ରୀ ଲାଲ। #india#metro tv#odisha Share