କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ଜାରି

ଦିଲ୍ଲୀ : ଜନ୍ତରମନ୍ତରରେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ ଜାରି ।  ଆନ୍ଦୋଳନକୁ ଦିଗହରା କରିବା ଲାଗି କେତେକ ମହଲ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କୁସ୍ତିଯୋଦ୍ଧା । ସେପଟେ ଦିଲ୍ଲୀ ପୋଲିସ କୁସ୍ତି ଯୋଦ୍ଧାଙ୍କୁ ଯାଗା ଖାଲି କରିବାକୁ ନୋଟିସ କରିଛି ।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ ମନମାନିକୁ ନେଇ ବର୍ଷିଥିଲେ ।   ବ୍ରିଜ ଭୂଷଣଙ୍କ ଇସ୍ତଫା ଦାବିରେ ନ୍ୟାୟ ମିଳିବା ଯାଏ ଆନ୍ଦୋଳନ ଚାଲିବ ବୋଲି ରେସଲର ସଂଘ ଚେତାବନୀ ଦେଇଛନ୍ତି ରେସଲର ।