ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍ରେ ହରାଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍
ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ୍ରେ ଶୁକ୍ରବାର ରାତିରେ ଖେଳାଯାଇଥିବା ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଞ୍ଜାବ କିଙ୍ଗ୍ସକୁ ୫୬ ରନ୍ରେ ହରାଇଛି।ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା। ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ ମଧ୍ୟ ଲଢୁଆ ପ୍ରଦର୍ଶନ କରି ୨୦୧ ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା।
That's that from Match 38 of #TATAIPL @LucknowIPL win by 56 runs and add two more points to their tally.
Scorecard – https://t.co/6If1I4omN0 #TATAIPL #PBKSvLSG #IPL2023 pic.twitter.com/2UNvh6t7mT
— IndianPremierLeague (@IPL) April 28, 2023
ପ୍ରଥମେ ବ୍ୟାଟିଂ ପାଇଥିବା ଲକ୍ଷ୍ନୌର ରନ୍ ଗତି ଦ୍ରୁତ ଭାବେ ବଢିଚାଲିଥିଲା। ଚତୁର୍ଥ ଓଭରରେ ରାହୁଲ ୧୨ ରନ୍ କରି ଆଉଟ୍ ହୋଇଥିଲେ, କାଇଲ ମେୟର୍ସ ମାତ୍ର ୨୦ ବଲ୍ରୁ ଅର୍ଦ୍ଧଶତକ ହାସଲ କରିବା ପରେ ମାୟର୍ସ ୫୪, ପାୱାରପ୍ଲେ ଶେଷ ହେବାର ଗୋଟିଏ ବଲ୍ ପୂର୍ବରୁ ଆଉଟ୍ ହୋଇଥିଲେ। ବାଦୋନି ୩ ଲେଖାଏଁ ଚୌକା ଓ ଛକା ସହାୟତାରେ ୪୩ ରନ୍ କରିଥିଲା । ପରେ ନିକୋଲାସ ପୂରନ୍ଙ୍କ ସହ ମିଶି ଷ୍ଟୋଇନିସ୍ ୭୬ ରନ୍ ଯୋଡ଼ିବା ସହ ୧୭ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ବାଉଣ୍ଡରିରୁ ୫୪ ରନ୍ ବାହାର କରିଥିବା ଷ୍ଟୋଇନିସ୍ ଆଉଟ୍ ହେବା ବେଳକୁ ଲକ୍ଷ୍ନୌ ଚଳିତ ସଂସ୍କରଣରେ ସର୍ବୋଚ୍ଚ ସ୍କୋର କରିସାରିଥିଲା। ଶେଷ ଓଭରରେ ଦଳକୁ ୨୫୦ ପାର୍ କରାଇବା ପରେ ପୂରନ୍ ୪୫ ମଧ୍ୟ ଆଉଟ୍ ହୋଇଥିଲେ।ବୃହତ୍ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ଶେଷ ଓଭରରେ ଦଳ ୨୦୦ ଅତିକ୍ରମ କରିଥିଲା ବେଳେ ସମସ୍ତ ୱିକେଟ୍ ହରାଇଥିଲା।
There you go 🙌🙌@LucknowIPL #TATAIPL https://t.co/BtR4cyxldc pic.twitter.com/zna1mhM5YS
— IndianPremierLeague (@IPL) April 28, 2023