୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଦାବି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀ- ହାଓଡା ମଧ୍ୟରେ ଚଳାଚଳ କରିବା ପାଇଁ ଘୋଷଣା ହୋଇଛି । ତେବେ  ରାଜ୍ୟରେ ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ।   ରାଜ୍ୟ ପରିବହନମନ୍ତ୍ରୀ ଟୁକୁନି ସାହୁ  ପୁରୀ-ହାୱଡା, ପୁରୀ-ରାୟପୁର ଓ ଭୁବନେଶ୍ୱର-ହାଇଦ୍ରାବାଦ ମାର୍ଗରେ ବନ୍ଦେ ଭାରତ ଟ୍ରେନ ଚଳାଚଳ ଲାଗି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।  ଏଥିସହ ସେ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ପର୍ଯ୍ୟନ୍ତ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି। ତେବେ ଏନେଇ ମନ୍ତ୍ରୀଙ୍କ ଉତ୍ତର ମିଳିପାରିନାହିଁ ।