ଝାରସୁଗୁଡ଼ା କୋଲାଵିରା ଵ୍ଲକରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କ ନିର୍ବାଚନ ସଭା
ଝାରସୁଗୁଡା :ଝାରସୁଗୁଡ଼ା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାରରେ ଲାଗିପଡିଛନ୍ତି । ଘର ଘର ବୁଲି ପ୍ରଚାର କରିବା ସହ ସଭା କରି ପ୍ରତିଶ୍ରୁତି ଦେଉଛନ୍ତି । ବିଭିନ୍ନ ଦଳ ପକ୍ଷରୁ ଝାରସୁଗୁଡାରେ ଜୋରଦାର ଚାଲିଛି ଉପନିର୍ବାଚନ ପାଇଁ ପ୍ରଚାର । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ କୋଲାଵିରା ଵ୍ଲକ ଅଞ୍ଚଳରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସ ଘରକୁ ଘର ଵୁଲି ପ୍ରଚାର କରିବା ସହ ନିର୍ବାଚନ ସଭା କରି ବିଜେଡିକୁ ଭୋଟ ଦେବା ପାଇଁ ନିବେଦନ କରୁଥିବା ଦେଖାଯାଇଛି ।
ଏହା ସହ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଵିଜେଡି ମୁଖପାତ୍ର ସଞ୍ଜୟ ଵାଵୁ ନିର୍ବାଚନ ପ୍ରଚାର କରୁଛନ୍ତି । ଝାରସୁଗୁଡାରେ ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ବିପୁଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି । ଗ୍ରାମବାସୀମାନେ କିର୍ତ୍ତନ କରିବା ସହ ନୃତ୍ୟଗୀତ ଗାନ କରି ଵିଜେଡି ପ୍ରାର୍ଥୀ ଦିପାଳୀ ଦାସଙ୍କୁ ସ୍ଵାଗତ କରୁଛନ୍ତି।