ହଜି ଯାଉଥିବା ଝିଅଙ୍କ କାହାଣୀ: ଦି କେରଳ ଷ୍ଟୋରି

ସରଳ ହିନ୍ଦୁ ଝିଅମାନଙ୍କୁ ଅପହରଣ କରାଯାଇ ତାଙ୍କ ବ୍ରେନ ଓ୍ବାସ କରାଯାଇ କିପରି ଆତଙ୍କବାଦୀ କାର୍ଯ୍ୟରେ ଲଗାଯାଉଛି ତାହା ହେଉଛି କେରଳ ଷ୍ଟୋରି । କେରଳରେ ଶହ ଶହ ହିନ୍ଦୁ ଝିଅଙ୍କୁ ପ୍ରତିଦିନ ଅପହରଣ କରାଯାଉଛି । ସେମାନଙ୍କ ଧର୍ମ ପରିବର୍ତନ କରାଯାଉଛି । ତାପରେ ତାଙ୍କ ବ୍ରେନ ଓ୍ବାସ କରାଯାଇ ହିନ୍ଦୁ ବିରୋଧୀ କାର୍ଯ୍ୟରେ ଲଗାଯାଉଛି ।  ‘ଦ କେରଳ ଷ୍ଟୋରୀ’ର ଟ୍ରେଲର ରିଲିଜ୍ ହୋଇ ସାରିଛି । ନର୍ସରୁ ଆଇଏସଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ ଉପରେ ଏହା ପର୍ଯ୍ୟବେସିତ । କିଭଳି ଏମାନଙ୍କ ଧର୍ମ ପରିବର୍ତ୍ତନ କରାଗଲା, ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ଯୁବତୀଙ୍କୁ କିଭଳି ଲଭ୍ ଜିହାଦ ଟ୍ରାପରେ ପକାଇ ମୁସଲିମ କରାଗଲା ସେ ପୂରା କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ । କେରଳରେ ଗତ କିଛି ବର୍ଷ ମଧ୍ୟରେ 32 ହଜାର ହିନ୍ଦୁ ଝିଅ ନିଖୋଜ ହୋଇଯାଇଛନ୍ତି ।

ମେ ୫’ରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ମାତା ହେଉଛନ୍ତି ସୁଦୀପ୍ତୋ ସେନ୍  । ଅଦା ଶର୍ମା, ଯୋଗିତା ବିହାନୀ, ସୋନିଆ ବାନୀ ଏବଂ ସିଦ୍ଧି ଇଦନାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମ ହିନ୍ଦୀ,ତାମିଲ, ତେଲୁଗୁ ଏବଂ ମଲୟାଲାମ ଭାଷାରେ ରିଲିଜ୍ ହେବ । ଦ କେରଳ ଷ୍ଟୋରୀର ଟ୍ରେଲରରେ ଅଦା ଶର୍ମାଙ୍କୁ ଦମଦାର ଅଭିନୟରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସତକାହାଣୀ କୁହାଯାଇଛି ।  ପ୍ରଥମେ ନିରୀହ ହିନ୍ଦୁ ଝିଅଙ୍କୁ ଟ୍ରାପରେ ପକାଇ ପରେ ବ୍ରେନ୍ଓ୍ୱାଶ କରି ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଏ ଏବଂ ଅଜବ ବିଶ୍ୱାସ ଦିଆଯାଏ । କୁହାଯାଏ ହିଜାବ ପିନ୍ଧିଲେ ଝିଅ କେବେ ଦୁଷ୍କର୍ମର ଶିକାର ହୁଅନ୍ତିନାହିଁ କୌଣସି ସମସ୍ୟାରେ ପଡ଼ନ୍ତି ନାହିଁ । ଧର୍ମ ପରିବର୍ତ୍ତନ ପରେ ସେମାନଙ୍କୁ  ଆତଙ୍କବାଦୀଙ୍କ ମଧ୍ୟରେ ଛିଡ଼ା କରିଦିଆଯାଏ । ଆଉ ସେମାନେ ଦେଖନ୍ତି ମଣିଷରୂପୀ ରାକ୍ଷସର ଚେହେରା ।

ଏହି କାହାଣୀ କେବଳ ଶାଲିନୀଙ୍କ ଉପରେ ଆଧାରିତ ନୁହେଁ ବରଂ ଗାୟବ ହୋଇ ଯାଇଥିବା ୩୨ ହଜାର ମହିଳାଙ୍କୁ ନେଇ ଏହା ନିର୍ମାଣ ହୋଇଛି । ଦ କେରଳ ଷ୍ଟୋରୀ ଏକ ସତ୍ୟ ଘଟଣା ଉପରେ ଆଧାରିତ । ତେବେ ଏହା ବକ୍ସ ଅଫିସରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା ।