ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍

ଓଡ଼ିଶାରେ ପ୍ରଥମ ଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ । ଏଥିପାଇଁ ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍ ହେବ  । ପ୍ରଥମେ ସକାଳୁ ଏହି ଏକ୍ସପ୍ରେସ ଟ୍ରେନ ହାଓଡାରୁ ପୁରୀ ଆସିବ ଏବଂ ପୁରୀରୁ ହାଓଡା ଯିବ ବୋଲି ଜଣାପଡିଛି । ଏନେଇ ସମସ୍ତ ପ୍ରସ୍ତୁତି ସରିଛି ।  ବହୁ ପ୍ରତିକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସ ଆସନ୍ତା କାଲି ସକାଳ ୬ଟା ୧୦ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ । ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ , ଭୁବନେଶ୍ବର, ଖୋର୍ଦ୍ଧାରେ ୨ ମିନିଟ ରହି ପୁରୀ ଯିବ। ୧୨ଟା ୩୫ରେ ପୁରୀରେ ପହଞ୍ଚି ପୁଣି ୧ଟା ୫୦ରେ ପୁରୀ ଛାଡ଼ି ହାଓଡା ଅଭିମୁଖେ ଯିବ ବନ୍ଦେ ଭାରତ ଏକ୍ସପ୍ରେସ। ଆସନ୍ତାମାସରେ ଏହି ଟ୍ରେନ ଚଳାଚଳ କରିବା ପାଇଁ ଟ୍ରାଏଲ ରନ୍ କରାଯାଉଛି ।