ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ

ନୂଆଦିଲ୍ଲୀ: ସୁଦାନରୁ ଆସି ଦିଲ୍ଲୀରେ ପହଁଚିଲେ ୩୬୦ ଜଣ ଭାରତୀୟ । ସୁଦାନରେ ଗୃହଯୁଦ୍ଧରେ ଫସି ରହି ଭୟରେ ଜୀବନ କାଟୁଥିବା ଭାରତୀୟଙ୍କ ମଧ୍ୟରୁ ପ୍ରଥମ ଦଫାରେ କିଛି ଭାରତୀୟ ଉଦ୍ଧାର ହୋଇ ଦିଲ୍ଲୀରେ ଆସି ପହଁଚିଛନ୍ତି । ଦିଲ୍ଲୀରେ ପହଁଚିବା ପରେ ସେମାନେ ସୁଦାନରେ କିପରି କଷ୍ଟରେ ଜୀବନ କାଟୁଥିଲେ କହିଛନ୍ତି । ନିଜ ପରିବାର ସହ ଫେରି ଆସିଥିବାରୁ ସେମାନେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ।

ସୁଦାନରେ ଗୃହଯୁଦ୍ଧ ଲାଗିଥିବାରୁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ଏହି ସମୟରେ ବିଦେଶୀ ନାଗରିକମାନେ ସୁଦାନ ଛାଡିବାକୁ ଚାହୁଁଥିବା ବେଳେ ସେମାନେ ଯୁଦ୍ଧ ପାଇଁ ଆସିପାରୁନାହାଁନ୍ତି । ସଂଘର୍ଷଗ୍ରସ୍ତ ସୁଦାନରୁ ଅପରେସନ କାବେରୀ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାଇଛି ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ସୁଦାନରେ ଆମେରିକା ଓ ସାଉଦି ଆରବ ମଧ୍ୟରେ ହୋଇଥିବା ୭୨ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ସୋମବାର ଦୁଇ ଗୋଷ୍ଠୀ ରାଜି ହୋଇଛନ୍ତି। ସେବେଠାରୁ ସମସ୍ତ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛନ୍ତି।