ପିଲାଦିନୁ ସମାଜକୁ ବାର୍ତା ଦେଇଛନ୍ତି କୁନି ଝିଅ ନଳିନୀ । ନିଜ ପିଲା ଖେଳ ବୟସରେ ସମାଜର କଥା ଚିନ୍ତା କରି ଦାନ କରିଛନ୍ତି ତାଙ୍କ ପକେଟ ମନି । ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି । ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନକୁ ସହାୟତା ପାଇଁ ନିଜ ପକେଟ ମନି ଦାନ କରିଥିବା ହିମାଚଳ ପ୍ରଦେଶ ଉନାର ଜଣେ ୭ ବର୍ଷୀୟା ନଳିନୀ ସିଂଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି:
‘ଭଲ ଉଦ୍ଦେଶ୍ୟ’
Good gesture. https://t.co/LTusRZPwDO
— Narendra Modi (@narendramodi) April 26, 2023