ମହାନଦୀ ପାଣି ଶୋଷି ସତ ଲୁଚଉଛି ଛତିଶଗଡ଼

ଭୁବନେଶ୍ବର: ଲୁଚିିଛି ନା ଗୋଡ ଦୁଇଟା ଦିଶୁଛି । ଏହି ଢ଼ଗ ଏବେ ଛତିଶଗଡ଼ ପାଇଁ  ସତ ସାବ୍ୟସ୍ତ ହୋଇଛି । ମହାନଦୀ ପାଣିକି ଲୁଟି ନେଉଛି ଛତିଶଗଡ଼ । ଧରାପଡିଯିବା ଭୟରେ ଶତ ଲୁଚାଉଛି । ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଏପରି କିଛି ସତ ଲୁଚାଉଥିବା ଧରାପଡିଯାଇଛି ।  ସତ ଲୁଚାଇବା ପାଇଁ ଛତିଶଗଡ଼ର କଲମା ବ୍ୟାରେଜରୁ ୨୦ଟି ଗେଟ୍ ଖୋଲିଦେଇ ନିଜେ କିଛି ଭୁଲ କରିନଥିବା ଦେଖାଇହେଉଛି । ପୂର୍ବରୁ କଲମାର ୧୭ଟି ଗେଟ ଖୋଲିଥିବା ବେଳେ ଏବେ ଆହୁରି ୩ଟି ଗେଟ୍ ଖୋଲାଯାଇଥିବା ଦେଖାଯାଇଛି । ଟ୍ରିବୁନାଲ ଆଗରେ ଧରାପଡିଯିବା ଭୟରେ ଏପରି କରିଛି ଛତିଶଗଡ଼ ।  ତେବେ ଏସବୁ କେବଳ ଦେଖାଇବା ପାଇଁ ଛତିଶଗଡ଼ ଏପରି କରିଛି । ଖରାଦିନେ ପାଣିକୁ ବାନ୍ଧି ରଖୁଥିବା ଛତିଶଗଡ଼ ଏବେ ଧରାପଡିଯିବା ଭୟରେ ଏପରି କରୁଛି। ଫଳରେ ଏବେ ୨୦ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପାଣି ଛାଡ଼ିବା ପରେ ପୁଣିଥରେ ପଦାରେ ପଡ଼ିଯାଇଛି ଛତିଶଗଡ଼ର ସତ । କଲମା ବ୍ୟାରେଜରୁ ପାଣି ଛାଡ଼ିବା ପରେ ତଳମୁଣ୍ଡରେ ଜଳ ନିଷ୍କାସନ ପରିମାଣ ବଢ଼ିଥିବା ଦେଖିବାକୁ ମିଳିଛି । ଏମିତିକି ହୀରାକୁଦ ନଦୀବନ୍ଧକୁ ମଧ୍ୟ ଜଳ ପ୍ରବେଶର ପରିମାଣ ବଢ଼ିଛି । ଯାହାକୁ ନେଇ ପରିବେଶବିତଙ୍କ ସହ ବିରୋଧୀ ଦଳ ଛତିଶଗଡ଼ ସରକାର ଉପରେ ବର୍ଷିଛନ୍ତି ।