ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି

ଭୁବନେଶ୍ୱର: ଚାରିଆଡୁ ବିରୋଧ ପରେ ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି । ଗତକାଲି ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ବୁଝିହେଉନଥିବା ଅଭିଯୋଗ ହୋଇଥିଲା । ଫଳରେ ଆଜି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଯୋଗୁଁ ଗତକାଲି ହୋଇଥିବା ପ୍ରିଲିମିନାରୀ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(ଓଏସଏସସି) ପରୀକ୍ଷାକୁ ବାତିଲ କରିଛନ୍ତି। ଏହି ପରୀକ୍ଷା ପୁଣିଥରେ କରାଯିବ ଏବଂ ଖୁବ୍‌ଶୀଘ୍ର ସାନି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି।