ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଚାଷୀଙ୍କ ପାଇଁ ପବିତ୍ର ଦିବସ ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ଆଜି ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଚାଷୀମାନେ ଆଜିର ଦିନରେ ଅଖିମୁଖି ଅନୁକୂଳ କରିଥାନ୍ତି । ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। pic.twitter.com/xnFaUkPIk9
— Naveen Patnaik (@Naveen_Odisha) April 23, 2023