ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଥିବା ଚିଠି

ତିରୁଅନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । କେରଳ ଗସ୍ତ ସମୟରେ ତାଙ୍କୁ ହତ୍ୟା କରାଯିବ ବୋଲି ଚିଠି ଆସିଛି । କେରଳରୁ ଏହି ଚିଠି ଆସିବା ପାଇଁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି।  ଚିଠିରେ ଧମକ ଦିଆଯାଇଛି ଯେ, ଏପ୍ରିଲ୍‌ ୨୪ ତାରିଖ ପାଇଁ ନିର୍ଦ୍ଧାରିତ ମୋଦୀଙ୍କ କୋଚି ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ କରାଯିବ। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ପାଇଁ ସମସ୍ତ ଯୋଜନା ହୋଇଥିବା ଚିଠିରେ ଉଲ୍ଲେଖ ରହିଛି । ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଠୋର କରାଯାଇଛି ଏବଂ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସିମାନେ ଏ ସଂକ୍ରାନ୍ତରେ ଅଧିକ ବିବରଣୀ ସଂଗ୍ରହ କରୁଛନ୍ତି।