ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ କରୁଛି ଭିଜିଲାନ୍ସ। ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି। ୨୦୨୧ ଅକ୍ଟୋବର ମାସରେ ଭିଜିଲାନ୍ସ ରେଡ୍ କରିଥିଲା।