ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ୨୧ରେ

ଭୁବନେଶ୍ବର : ଆସନ୍ତାକାଲି  ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୮ତମ ଶ୍ରାଦ୍ଧବାର୍ଷିକୀ  । ଏଥିପାଇଁ ଏକ ସମାରୋହ ୨୧ ତାରିଖ ସଂଧ୍ୟା ୬ ଟା ସମୟରେ ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ଅନୁଷ୍ଠିତ ହେବ। ଖୋର୍ଦ୍ଧା ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବ  ସାଂସ୍କୃତିକ ସମାରୋହ ।  ଏହି ଅବସରରେ  ବହୁ ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକଙ୍କୁ ସମ୍ବର୍ଧିତ କରାଯିବ। ସମ୍ବର୍ଧିତ ପ୍ରତିଭାମାନେ ହେଲେ ତାନସେନ୍‌ ସିଂହ, ଲକ୍ଷ୍ମୀକାନ୍ତ ପାଲିତ, ପ୍ରେମ ଆନନ୍ଦ, ମିତାଲି ‌ଚିନ୍ନାରା, ଝୁମିକି ରଥ, ସୁବାସ ଦାସ, ଶୈଳଭାମା ମହାପାତ୍ର, ସୌରଭ ନାୟକ, କ୍ରିଷ୍ଣା ମିଶ୍ର, ଦୀପ୍ତିରେଖା ପାଢ଼ୀ, ନାଜିଆ ଆଲାମ, ବିଭୁ କିଶୋର, ଜୟଶ୍ରୀ ଧଳ ପ୍ରମୁଖ। ହି ସମାରୋହ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ‌ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂହ, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ପୌର ପରିଷଦର ଅଧ୍ୟକ୍ଷା କନକଲତା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ।