ଝାରସୁଗୁଡ଼ା ଉପନିର୍ବାଚନ : ଆଜିଠୁ ଜୋରଦାର ହେବ ପ୍ରଚାର

ଝାରସୁଗୁଡ଼ା : କିଏ ଜିତିବ ଝାରସୁଗୁଡ଼ା ବାଜି । ବିଜେଡି ଜିତିବ ନା ବିଜେପି, କଂଗ୍ରେସ ପ୍ରାର୍ଥୀ ଜିତିବେ । କାହାକୁ ଭୋଟର ଦେବେ ଅଧିକ ଭୋଟ । ତାକୁ ନେଇ ଏବେ ନେତାଠୁ ଆରମ୍ଭ କରି ସାଧାରଣ ଜନତା ଆଲୋଚନା କରୁଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ଏଥର ଭିନ୍ନ ପ୍ରସଙ୍ଗ ରହିଛି । ବିଶେଷ କରି ନବ ଦାସଙ୍କ ହତ୍ୟା ପରେ ଏହି ଆସନରେ ତାଙ୍କ ଝିଅଙ୍କୁ ଅନୁକଂପା ଭୋଟ ମିଳିବ ବୋଲି କୁହାଯାଉଛି । ତେବେ ବିଜେପି ଏବଂ କଂଗ୍ରେସ ନେତା ଏଥିରେ ସତ୍ୟତା ନଥିବା କହୁଛନ୍ତି । ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପରେ ଏବେ ପ୍ରଚାର ବେଳ । ତିନି ପ୍ରମୁଖ ଦଳର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି ।ପ୍ରଥମେ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ କଂଗ୍ରେସର ତରୁଣ ପାଣ୍ଡେ ତାଙ୍କୁ ଟକ୍କର ଦେବେ ବୋଲି କହିଛନତି । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନ ଭରିବା ପରେ ବିଜେଡି ନେତା କର୍ମୀ ପ୍ରଚାର ପାଇଁ ଡେରା ପକାଇ ସାରିଲେଣି ।
ତିନିଦଳର ପ୍ରାର୍ଥୀଙ୍କ ନାମାଙ୍କନ ପରେ ଏବେ ପ୍ରଚାର ଉପରେ ସବୁଦଳ ଫୋକସ କରିବେ । ଆଜି ଠାରୁ ପ୍ରଚାର ମୈଦାନ ଧୀରେ ଧୀରେ ଜମିବ । ତିନି ଦଳ ନିଜର ଷ୍ଟାର ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବେ । ଭୋଟ ମେ ୧୦ ତାରିଖରେ ପଡିବ ଓ ରେଜଲ୍ଟ ୧୩ ତାରିଖରେ ଆସିବ । ତେବେ ଭୋଟରଙ୍କ କଣ ରହିଛି ମୁଡ ତାହା ଆଉ କିଛି ଦିନ ପରେ ସ୍ପଷ୍ଟ ହୋଇଯିବ ।