National ବଳିଦାନ ହେଉଛି ଗାନ୍ଧୀ ପରିବାରର ସାମର୍ଥ୍ୟ Last updated Mar 27, 2023 ନୂଆଦିଲ୍ଲୀ: ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏପରିକି ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଲଗାତାର ସୋସିଆଲ ମିଡିଆରେ ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି। କଂଗ୍ରେସ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ସହ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ତଥା ରାହୁଲଙ୍କୁ ସମର୍ଥନ କରିବା ଦେଖାଯାଉଛି। ଏହି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଏଭଳି ସମର୍ଥନକୁ ସ୍ବାଗତ କରିଛି।ସତ୍ୟ, ସାହସ ଓ ବଳିଦାନ ଗାନ୍ଧୀ ପରିବାରର ଦାୟିତ୍ବବୋଧ ଓ ସାମର୍ଥ୍ୟ ବୋଲି ଦର୍ଶାଉ ଥିବା ଗୋଟାଏ ନୂଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍କୁ ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ସେୟାର୍ କରିଛନ୍ତି। #india#metro tv#odisha Share