ଓଡ଼ିଶାକୁ ମିଳିବ ବିପର୍ଯ୍ୟୟ ପରିଚାଳନା ପୁରସ୍କାର

ପ୍ରଧାନମନ୍ତ୍ରୀ  ଆଜି ଓଡ଼ିଶାକୁ ସୁଭାଷ ଚନ୍ଦ୍ର ବୋଷ ବିପ‌ର୍ଯ୍ୟୟ ପରିଚାଳନା ପୁରସ୍କାର  ପ୍ରଦାନ କରିବେ। ଦିଲ୍ଲୀ  ବିଜ୍ଞାନ ଭବନରେ ଏହି ପୁରସ୍କାର ପ୍ରଦାନ କରାଯିବ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଗତ ଜାନୁଆରି ୨୩ରେ କେନ୍ଦ୍ର ସରକାର ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡମା)କୁ ଏହି ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ। ଓସ୍‌ଡମା ସହ ମିଜୋରାମର ଲୁଙ୍ଗଲେଇ ଦମକଳ କେନ୍ଦ୍ରକୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଓସ୍‌ଡମାକୁ ୫୧ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ସାର୍ଟିଫିକେଟ ପ୍ରଦାନ କରାଯିବ।