OdishaPolitics ଆସନ୍ତାକାଲିଠୁ ବିଧାନସଭା: ଭର୍ଚୁଆଲ ସର୍ବଦଳୀୟ ବୈଠକକୁ ବିଜେପିର ବିରୋଧ Last updated Feb 20, 2023 ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନକୁ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବା ପାଇଁ ଧାର୍ଯ୍ୟ ହୋଇଥିଲା । ତେବେ ଭର୍ଚୁଆଲ ସର୍ବଦଳୀୟ ବୈଠକକୁ ବିରାେଧ କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏଥରର ବଜେଟ୍ ଅଧିବେଶନ ଚଳାଇବା ବାଚସ୍ପତିଙ୍କ ପକ୍ଷେ ଏତେ ସହଜ ହେବନି ବୋଲି ବିରୋଧୀ କହୁଥିବା ବେଳେ ପ୍ରଥମରୁ କେଁ ଉଠିଲାଣି । କଂଗ୍ରେସ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀଙ୍କ ସମସ୍ୟା, ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ପ୍ରସଙ୍ଗ କରିବ। ଆଜି ଅପରାହ୍ନରେ ବିଜେପିର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବସିବ। ଏଥିରେ ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେବ। ବିଶେଷ କରି ନବ ଦାସ ହତ୍ୟାକାଣ୍ଡକୁ ୨୦ଦିନ ବିତିଯାଇଥିଲେ ବି ହତ୍ୟାର କାରଣ କାହିଁକି ଜଣାପଡ଼ୁନି, ଏହା ପଛରେ କାହାର ଷଡ଼ଯନ୍ତ୍ର ଅଛି ତାହାକୁ ନେଇ ବିଜେପି ସରକାରଙ୍କ ଠାରୁ ଜବାବ୍ ମାଗିବ। #india#metro tv#odisha Share