ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ

ଭୁବନେଶ୍ବର : କଂଗ୍ରେସ ସୁଦୃଢ଼ କରାଯିବା ପାଇଁ ରାଜ୍ୟ ନେତାମାନେ ଉଦ୍ୟମ ଆରମ୍ଭ କରିଛନ୍ତି । ନିର୍ବାଚନ ପୂର୍ବରୁ ଦଳକୁ ପୁଣି ଏକଜୁଟ କରିବା ପାଇଁ  ଆସନ୍ତା ୬ତାରିଖରେ ରାଜ୍ୟ କଂଗ୍ରେସର ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେବ। ‘ଭାରତ ଯୋଡ଼ୋ’ ଅଭିଯାନ ପରେ ‌କଂଗ୍ରେସ ପକ୍ଷରୁ ‘ହାଥ୍ ସେ ହାଥ ଯୋଡ଼ୋ’ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ ହେବ ତାହା ସଂପର୍କରେ ଆଲୋଚନା କରାଯିବ।୬ତାରିଖରେ ପର୍ଯ୍ୟବେକ୍ଷକ ତାରିକ ହମିଦ କାରା ଆସୁଛନ୍ତି। ସେହିଦିନ ପ୍ରଥମ ଅଧିବେଶନରେ ବରିଷ୍ଠ ନେତା, ବିଧାୟକଙ୍କ ସହ ବୈଠକ ହେବ। ଅପରାହ୍‌ଣରେ ଜିଲ୍ଲା ସଭାପତି ପ୍ରାର୍ଥୀମାନଙ୍କ ବୈଠକ ବସିବ। ଆଗାମୀ ନିର୍ବାଚନରେ ଦଳ ରାଜ୍ୟରେ କିଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଫୁଙ୍କିବା ପାଇଁ ୨୦୨୪ ନିର୍ବାଚନ ପାଇଁ ହାତକୁ ହାତ ମିଳାଇ ଶୋଭାଯାତ୍ରା କରାଯିବା ଉପରେ ଆଲୋଚନା କରିବେ ନେତା ।