ସ୍କୁଟରରେ କମେଣ୍ଟ୍ରି


କ୍ରିକେଟ ମ୍ୟାଚ ଆଜିକା ଯୁଗରେ କାହାର ବା ପସନ୍ଦ ନୁହେଁ । ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ମ୍ୟାଚ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି । କ୍ରିକେଟ ମ୍ୟାଚରେ ସବୁଠାରୁ ଇେଂଟ୍ରଷ୍ଟିଙ୍ଗ ପାର୍ଟ ହେଲା କମେଂଟ୍ରି । ଯାହାକି କ୍ରିକେଟ ଖେଳ ପ୍ରେମୀଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିଥାଏ । ହେଲେ ଆମେ ଏଠାରେ ଆପଣଙ୍କୁ ଏକ ଭିନ୍ନ ଧରଣର କମେଂଟ୍ରିର ଦୃଶ୍ୟ ଦେଖେଇବୁ ଯାହାର ଦୃଶ୍ୟ ଆପଣଙ୍କୁ ବେଶ ମଜାଦାର ଲାଗିବା ସହ ଆଶ୍ଚର୍ଯ୍ୟ ବି ଲାଗିବ । ଆଉ ଯୁବକଙ୍କର ବୁଦ୍ଧିକୁ ଦେଖିଲେ ଆପଣ ବି ତାରିଫ ନକରି ରହି ପାରିବେ ନାହିଁ । ତେବେ ଭଲ କରି ଥରେ ନଜର ପକାନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ଉପରେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚ ଜୋର ଧରିଛି । (ଭିଜୁଆଲ )
କଟକର ଜଣେ ଯୁବକ କମେଣ୍ଟ୍ରି କରିବା ପାଇଁ ଓଲା ଇ-ସ୍କୁଟରକୁ ବ୍ୟବହାର କରିଛନ୍ତି । ଯୁବକ ଜଣକ ସ୍କୁଟରର ବ୍ଲୁଟୁଥକୁ ଫୋନ୍ ସହିତ ସଂଯୋଗ କରି ଏପରି କରିଛନ୍ତି । ଆଉ ତା’ପରେ ନିଜ ଫୋନର ସ୍ପିକରରେ କମେଣ୍ଟ୍ରି କରୁଛନ୍ତି, ଯାହା ଓଲା ସ୍କୁଟର ୱୟାରଲେସ୍ ସହ ଯୋଡ଼ା ହୋଇଥିବା ଜଣାପଡ଼ୁଛି । ଆଉ ଏଥିରେ ସେ ମ୍ୟାଚ୍ର ସ୍କୋର ଜଣାଉଛନ୍ତି ।ଏହି ଭିଡିଓକୁ ବିକାଶ ନାମକ ଜଣେ ୟୁଜର ସେୟାର କରିଛନ୍ତି । କ୍ୟାପସନରେ ଲେଖାହୋଇଛି, \’ଓଲା ଇଲେକ୍ଟ୍ରିକ୍ ସ୍କୁଟରର ସ୍ପିକରରେ କ୍ରିକେଟ୍ ମ୍ୟାଚର ସ୍କୋର କୁହାଯାଉଛି । ଭିଡିଓଟିକୁ ଏବେ ସୁଦ୍ଧା ଅନେକ ଭିୟୁ ମିଳି ସାରିଥିବା ବେଳେ ଅନେକ ଲୋକ ଏହାର ପସନ୍ଦ ମଧ୍ୟ କରୁଛନ୍ତି । ତେବେ ଯୁବକ ଜଣଙ୍କର ଏପରି କାମ ଦେଖି ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି ।