ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଦାବିରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କଲେ ମୁକ୍ତିକାନ୍ତ ବିଶ୍ୱାଳ

ରାଉରକେଲାର ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ନହେବାରୁ ଯୁବକ ମୁକ୍ତିକାନ୍ତ ବିଶ୍ବାଳ ଶିଶୁଭବନରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଉଛନ୍ତି । ସୁରାଉରକେଲା ନିବାସୀ ମୁକ୍ତିକାନ୍ତ ବିଶ୍ୱାଳ ହୋଡିଂ ଉପରେ ଚଢ଼ି କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦାବି ନେଇ ପ୍ରତିବାଦ କରିବା ସହ ଆତ୍ମାହୂତି ପାଇଁ ଚେତାବନୀ ଦେଉଛନ୍ତି। ଭୁବନେଶ୍ୱରର ଜନଗହଲି ପୂର୍ଣ୍ଣ ଶିଶୁଭବନ ଛକରେ ଥିବା ଏକ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ ଚେତାବନୀ ଦେଇଛନ୍ତି ସେ। ଏଭଳିକି ତାଙ୍କ ହାତରେ ଏକ ବୋତଲ ଥିବାର ଭିଡିଓରେ ଦେଖିବାକୁ ମିଳିଛି।

ରାଉରକେଲାରେ ବିଭିନ୍ନ ପ୍ରକଳ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମୁକ୍ତିକାନ୍ତ ଗତ କିଛି ଦିନ ହେବ ଆସିଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରାଇ ଦେଇନଥିବା ଅଭିଯୋଗ ହୋଇଛି । ଫଳରେ ମୁକ୍ତିକାନ୍ତ ଦୀର୍ଘ ୧ଘଣ୍ଟାରୁ ଅଧିକ ସମୟ ହେବ। ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ ଜଣାଇଛନ୍ତି।ମୁକ୍ତିକାନ୍ତଙ୍କୁ ରକ୍ଷା କରିବାକୁ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିଛନ୍ତି । ହେଲେ ମୁକ୍ତିକାନ୍ତ ତାଙ୍କ ଜିଦରେ ଅଟଳ ଥିବା ଦେଖିବାକୁ ମିଳିଛି। ତାଙ୍କ ବାପା ମା ମଧ୍ୟ ତାଙ୍କୁ ଫେରି ଆସିବାକୁ ଗୁହାରି କରିଛନ୍ତି ।