ଆଦିବାସୀ ଭାଷା ଶିକ୍ଷକମାନଙ୍କ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା

ବାରିପଦା : ଆଦିବାସୀ ଭାଷା ଶିକ୍ଷକମାନେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛନ୍ତି । ସେମାନଙ୍କୁ ନିୟମିତ କରିବା ଦାବିରେ ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି ଶିକ୍ଷକମାନେ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନେକ ଆଦିବାସୀ ସଙ୍ଗଠନ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି। ଫଳରେ ଦୋକାନ ବଜାର ଓ ଗାଡ଼ିଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବାରିପଦା ସମେତ ରାଇରଙ୍ଗପୁର, କରଞ୍ଜିଆ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।