ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଫଳାଫଳ 

ନୂଆଦିଲ୍ଲୀ: ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ଭୋଟ ଗଣତି ଚାଲିଛି । ବିଜେପି ଏବଂ ଆପ ମଧ୍ୟରେ କଡା ଟକ୍ମର ଦେଖିବାକୁ ମିଳିଛି । 130 ଟି ଆସନରେ ଆପ ଆଗୁଆ ଥିବା ବେଳେ ବିଜେପି 105ଟି ଆସନରେ ଆଗୁଆ ଚାଲିଛି । କଂଗ୍ରେସ 10ଟି ଆସନରେ ଆଗୁଆ ଚାଲିଛି । ଆଉ କିଛି ସମୟ ପରେ ଫଳାଫଳ ସ୍ପଷ୍ଟ ହୋଇଯିବ। 250 ଟି ୱାର୍ଡ ପାଇଁ ଗଣତି ଚାଲିଛି । ଏମସିଡି ନିର୍ବାଚନ ପ୍ରତିଦ୍ୱନ୍ଦିତାରେ 1349ଜଣ  ଭାଗ୍ୟ ନିର୍ଦ୍ଧାରଣ ହେବ । ଗତ ୪ ତାରିଖରେରେ ଦିଲ୍ଲୀ ମହାନଗର ନିଗମର ୨୫୦ ୱାର୍ଡ ପାଇଁ ନିର୍ବାଚନ ହୋଇଥିଲା ।