ପଦ୍ମପୁରରେ ‌ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍‌

ପଦ୍ମପୁର: ଉପ ନିର୍ବାଚନକୁ ମାତ୍ର ଆଉ କିଛିଦିନ ଥିବା ବେଳେ ପାଇଁ ପ୍ରସ୍ତୁତ ହେଉଥିବା ପଦ୍ମପୁରରେ ‌ବିଜେଡି କର୍ମୀଙ୍କ ଘରେ କେନ୍ଦ୍ରୀୟ ଟିମ୍‌ର ରେଡ୍‌ ହୋଇଛି। ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ କର୍ମୀଙ୍କ ଘରେ ଆୟକର ବିଭାଗ ଛାନଭିନ ଆରମ୍ଭ କରିବାକୁ ନେଇ ରାଜନୀତି ଜୋର ଧରିଛି । ଘର ଭିତରେ ରେଡ୍‌ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି

ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଉଛି।

YouTube player