ରାଜଧାନୀରେ ସରକାର ଶିକ୍ଷକ ଲଢ଼େଇ

ଭୁବନେଶ୍ବର: ସରକାର ଶିକ୍ଷକ ଲଢ଼େଇ ଏବେ ରାଜଧାନୀରେ । ଆନ୍ଦୋଳନକୁ ଓହ୍ଲାଇଛନ୍ତି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ନୂତନ ପେନସନ ଯୋଜନାରେ ସରକାରଙ୍କ ନୀତିବିହୀନ ନିଷ୍ପତ୍ତିକୁ ବିରୋଧ କରି ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଲୋକସେବା ଭବନ ସମ୍ମୁଖରେ ବିଶାଳ ସମାବେଶ କରିଛନ୍ତି ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକମାନେ । ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷରୁ ଅଧିକ ଶିକ୍ଷକ, କର୍ମଚାରୀ ସାମିଲ ହୋଇଛନ୍ତି। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ୨୦୦୧ରୁ ନିୟମିତ ହୋଇଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଇନ୍‌କ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାରରେ ଦରମା  ଏବଂ ପୁରାତନ ପେନ୍‌ସନ ଯୋଜନା ପ୍ରଚଳନ ପାଇଁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଦାବି କରି ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

YouTube player