ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ନୂଆଦିଲ୍ଲୀ : ଭାରତର ନିର୍ବାଚନ କମିସନ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣର ତାରିଖ ଘୋଷଣା କରିଛନ୍ତି। ଆଗାମୀ ଡିସେମ୍ବର ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ଲାଗି ଭୋଟ୍ ହେବ। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ତାରିଖରେ ପରଲୋକ ହେବା ପରେ ଖାଲି ପଡ଼ିଥିବା ପଦ୍ମପୁର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଆଜି ଦିନ ଭାରତ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି। ଏହା ସହ ଅନ୍ୟ 4 ଟି ରାଜ୍ୟର 5ଟି ଆସନ ପାଇଁ ମଧ୍ୟ ତାରିଖ ଘୋଷଣା ହୋଇଛି ।