ପୂର୍ବ ତଟ ରେଳପଥର ମୁଖ୍ୟାଳୟ ଭୁବନେଶ୍ୱର ଠାରେ ଏକ ପୁରସ୍କାର ବିତରଣ ସମାରୋହରେ ଭୁବନେଶ୍ୱର ଏବଂ କଟକର ବିଭିନ୍ନ ବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ମାନିତ କରାଯାଇଛି । ସତର୍କତା ସଚେତନତା ସପ୍ତାହ -2022 ପାଳନ ପାଇଁ ଅନ୍-ଦି-ସ୍ପଟ୍ ପ୍ରବନ୍ଧ, ବିତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଛି ।
ସତର୍କତା ସଚେତନତା ସପ୍ତାହ -2022 କୁ ସ୍ମରଣୀୟ କରିବା ପାଇଁ ପୂର୍ବ ତଟ ରେଳପଥ ଏହି ପ୍ରତିଯୋଗିତା ଆୟୋଜନ କରି ସାଧାରଣ ଜନତା, ବିଶେଷକରି ରେଳ କର୍ମଚାରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରାଇବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ପ୍ରୟାସ କରିଛି ଯାହାକି ଏକ ନିରପେକ୍ଷ ଏବଂ ପ୍ରଭାବଶାଳୀ ଢଙ୍ଗରେ ସେବା କାର୍ଯ୍ୟରେ ସହାୟକ ହେବ ।
ସତର୍କତା ସଚେତନତା ସପ୍ତାହ -2022 ଅବସରରେ ପୂର୍ବତଟ ରେଳପଥ ଚିଫ ମେକାନିକାଲ୍ ଇଞ୍ଜିନିୟର ତଥା କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଆର ରାଜା ଗୋପାଳ ଏହି ଅବସରରେ ଯୋଗଦାନ କରି ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ମୋଟ 60 ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା |
ସତର୍କତା ସଚେତନତା ସପ୍ତାହ -2022 କୁ ସ୍ମରଣୀୟ କରିବା ପାଇଁ ରେଳ କର୍ମଚାରୀମାନେ ଦୁର୍ନୀତି ଏବଂ ଦୈନନ୍ଦିନ ଜୀବନରେ ଏହାର ପ୍ରଭାବ ସମ୍ବନ୍ଧରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ।
ଏହି ଅବସରରେ ରେଳପଥର କାର୍ଯ୍ୟକାରୀ ଅତିରିକ୍ତ ମହାପ୍ରବନ୍ଧକଙ୍କ ଦ୍ୱାରା ଭିଜିଲାନ୍ସ ବୁଲେଟିନ୍ ମଧ୍ୟ ପ୍ରକାଶ କରାଯାଇଅଛି | ପୁରସ୍କାର ବିତରଣ ସମାରୋହରେ ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ, ବରିଷ୍ଠ ଅଧିକାରୀ, ରେଳ କର୍ମଚାରୀ, ସ୍କୁଲ ଛାତ୍ର ଛାତ୍ରୀ ଏବଂ ସେମାନଙ୍କ ପିତାମାତା ଓ ଶିକ୍ଷକମାନେ ଯୋଗ ଦେଇଥିଲେ | ପୂର୍ବ ତଟ ରେଳପଥର ମୁଖ୍ୟ ସତର୍କତା ଅଧିକାରୀ ତଥା ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ |

