ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ଆଜିଠୁ ପଞ୍ଚୁକ ଆରମ୍ଭ
ପୁରୀ: କାର୍ତିକ ପୂଣ୍ୟ ମାସରେ ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦେଖିବାକୁ ପୁରୀରେ ପ୍ରବଳ ଭିଡ ହୋଇଛି । ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଅହେତୁକ ବିଳମ୍ବ । ଭୋର ୫ଟା ୨ରେ ସିଂହଦ୍ୱାର, ୬ଟାରେ ଜୟବିଜୟ ଦ୍ୱାର ଖୋଲିଲା । ୬ଟା ୧୫ରେ ମଙ୍ଗଳ ଆଳତି ହୋଇ ବିଳମ୍ବରେ ଚାଲିଛି ନୀତିକାନ୍ତି । କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ” ଲକ୍ଷ୍ମୀନାରାୟଣ ଵା ଠିଆକିଆ ” ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ପୁରୀରେ ପହଁଚିଛନ୍ତି। ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗ ମଣ୍ଡପ ଇତ୍ୟାଦି ନୀତି ପରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଏହି ଦର୍ଶନ ଲାଭ କଲେ ମଙ୍ଗଳ ହୁଏ ବୋଲି ଆସ୍ଥା ରହିଛି । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟ ବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁର ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତୁ । ଯାହାକୁ ଦେଖିବାକୁ କାହିଁ କେତେ ଦୂରରୁ ଶ୍ରଦ୍ଧାଳୁମାନେ ପୁରୀ ଆସିଥାନ୍ତି ।