ଅନୁପ ସାଏଙ୍କୁ ମିଳିଲା ଜାମିନ
ମା ଝିଅ ଡବଲ ମର୍ଡର ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମିଳିଛି ଜାମିନ । ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା କାରଣରୁ ଅନୁପଙ୍କୁ ଜାମିନ ମିଳିଛି। ବହୁ ଚର୍ଚ୍ଚିତ ମାଆଝିଅ ହତ୍ୟାକାଣ୍ଡରେ ଅନୁପ ସାଏ ଛତିଶଗଡର ରାୟଗଡ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ଛତିଶଗଡ଼ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଗତ ଏପ୍ରିଲ ୨ ତାରିଖ ଦିନ ରାୟଗଡ଼ ସେସନ ଜକ୍ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହା ବିରୋଧରେ ଅନୁପ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ ଜଷ୍ଟିସ ଦୀପକ ତିୱାରୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଅନୁପ ସାଏଙ୍କୁ ଜାମିନ ମଞ୍ଜୁର କରିଥିବା ଜଣାଯାଇଛି।
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ରୁ ତିନି ଥର ବିଧାୟକ ଥିବା ଅନୁପ ସାଏ ୨୦୧୬ ରେ ଏକ ଡବଲ୍ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି ଅଭିଯୋଗରେ ଛତିଶଗଡ଼ ପୁଲିସ ତାଙ୍କୁ ଗିରଫ କରିଥିଲା । କଳ୍ପନା ଦାଶ ଓ ତାଙ୍କ ଝିଅ ପ୍ରଭାତୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଶୁଣାଣି ହାଇକୋର୍ଟରେ ଚାଲିଥିଲା
ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ବଙ୍ଗୁରସିଆ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାରେ ଛତିଶଗଡ଼ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗିରଫ କରିଥିବା ବେଳେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ମଧ୍ୟ ହତ୍ୟାକାଣ୍ଡ ମାମଲା ରେ ସମ୍ପୃକ୍ତି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ।