ଟ୍ରାଙ୍କୁଲାଇଜ ହେଲା ଦନ୍ତା

ଭୁବନେଶ୍ବର: ଗତକାଲି ଦିନ ସାରା ପିପିଲିରେ ଉପଦ୍ରବ ଚଳାଇଥିବା ଦନ୍ତା ହାତୀକୁ ଏନକାଉଁଟର । ରାତିରେ ରାଜଧାନୀମୁହାଁ ହୋଇଥିଲା। ରାଜଧାନୀର ବିଭିନ୍ନ ଜନବସତି ଅଞ୍ଚଳରେ ହାତୀଟି ବୁଲିବାକୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।  ରାତି ସାରା ହାତୀ ପିଛା ଧାଇଁ ଧାଇଁ ହାଲିଆ ହୋଇ ପଡ଼ିଥିବା ବନ ବିଭାଗ ଟିମ୍‌ ଆଜି ଭୋରରୁ ହାତୀଟିକୁ  ଆଇଗିଣିଆ ଆର୍ୟୁବେଦ ପାର୍କରେ ଥିବା ବେଳେ ଟ୍ରାଙ୍କୁଲାଇଜ କରିଛନ୍ତି। ତେଣୁ ଆଉ ରାତି ପର୍ଯ୍ୟନ୍ତ ଅପେକ୍ଷା ନ କରି ସକାଳୁ ସକାଳୁ ହିଁ ହାତୀଟିକୁ ଚନ୍ଦକା ଜଙ୍ଗଲ ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି।

ପାତ୍ରପଡ଼ା ଶନିମନ୍ଦିର ପଛପଟେ ଟ୍ରାଙ୍କୁଲାଇଜ ହେଲା ହାତୀ । ଟ୍ରକ୍‌ ଯୋଗେ ଟାଙ୍ଗି ଜଙ୍ଗଲକୁ ହାତୀକୁ ନିଆଯାଇଛି । ରାତି ତମାମ ରାଜଧାନୀରେ ଦନ୍ତା ବୁଲିବା ପରେ ହାତୀ କାବୁ କରିବାରେ ସକ୍ଷମ ହୋଇଛି ବନ ବିଭାଗ । ପିପିଲିରୁ ବାଲିପାଟଣା ଉତ୍ତରା ଶାସନ ନିକଟରେ ଏକ ହାତୀ ଧଉଳି ଅଭିମୁଖେ ଯାଇଥିବା ଦେଖିବାକୁ ମିଳିଥିଲା ।

ବନବିଭାଗ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ । ହାତୀ ବୁଲିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ହାତୀଟି ଦୟା ନଦୀ ପ୍ରୋଜେକ୍ଟ ପାଚେରୀ ଭାଙ୍ଗି ପଳାସପୁର ଗାଁରେ ପଶିଥିଲା । ଖୋର୍ଦ୍ଧା ସିଟି ଡିଭିଜନ ପୁରୀ ୱାଇଲଡ ଲାଇଫ ଡିଭିଜନ ଚନ୍ଦକା ବନ ଭିଭାଗ ହାତୀ ଘଉଡ଼ାଇବାରେ ନିୟୋଜିତ ହୋଇଥିଲେ । ହାତୀ ଟ୍ରାଙ୍କୁଲାଇଜ ହୋଇଥିବା ବେଳେ ୬ଟି ରେଞ୍ଜର ଏସିଏଫ ହାତୀକୁ ଜଗିଥିଲେ ।